OdiaWeb- Odia Film, Music, Songs, Videos, SMS, Shayari, Tourism, News

ଫ୍ରାଏଡ୍ ରାଇସ୍

Fried Rice plate

Fried Rice plate

୧- ଫ୍ରାଏଡ୍ ରାଇସ୍

ସାମଗ୍ରୀ:

୨କପ୍ ଅରୁଆ ଚାଉଳ
୨ଟା ଗାଜର
୨କପ୍ ମଟର
୨୯ ଟା ବିନ୍
୨ଟା ଆଳୁ
୨ଟା ପିଆଜ
୧୦ ଟା କାଜୁ
୧୦ ଟା କିସମିସ୍
୧ କପ୍ ରିଫାଇନ୍ ତେଲ ଦରକାର ମୁତାବକ ଲୁଣ

ପ୍ରସ୍ତୁତ:

ଅରୁଆ ଚାଉଳ ଝରଝର ଭାତ କରି ଥାଳିରେ ଖେଳାଇ ରଖିବ |ଗାଜରକୁ ପତଳା ପତଳା ତେରେଛା କରି କାଟି ରଖିବ | ବିନ୍ କୁ ମଧ୍ୟ ପତଳା ତେରେଛା କାଟିବ ଅଧ କପ୍ ତେଲ କଢାଇରେ ନେଇ ପ୍ରଥମେ କାଜୁ ଛାଣି ନେବେ|ତା’ପରେ ଆଳୁକୁ ପତଳା ଶିଙ୍ଗର ଛିପ୍ସ୍ ପରି କାଟି ଛାଣି ନେବେ |ସେଇ କଢାଇରେ ମଟର ଦେଇ ଅଧ କପ୍ ପାଣି ଦେଇ ଢାଙ୍କୁଣୀ ଦେଇ ସିଝାଇ ନିଅ |ମଟର ସିଝିଗଲେ କଡାଇକୁ ଧୋଇ ନେଇ ସେଥିରେ ଅନ୍ୟ ବଳିଥିବା ରିଫାଇନ୍ ତେଲ ଗରମ କରି ପିଆଜକୁ ଭାଜ |ପିଆଜ ଲାଲ୍ ହେଲେ ସେଥିରେ ଭାତ ପକାଇ ଭାଜ |ଭାତରେ ଲୁଣ ଦିଅ |ଭାତକୁ ଭଲ ଭାବରେ ଭାଜ |ଭାତ ଭାଜି ହୋଇଗଲା ପରେ ସେଥିରେ ପରିବା ଭଜା ,ମଟର ସିଝା କାଜୁ ଭଜା ଓ କିସମିସ୍ ଭଜା ପକାଇ ଭଲ ଭାବରେ ଗୋଳାଇ ଓହ୍ଲାଇ ଦିଅ |

Comments

comments