OdiaWeb- Odia Film, Music, Songs, Videos, SMS, Shayari, Tourism, News

ପାଳଙ୍ଗ ତଡ଼କା

Palaka Tadka

Palaka Tadka

ପ୍ରସ୍ତୁତି ସାମଗ୍ରୀ : ୧ ବିଡ଼ା ପାଳଙ୍ଗ, ୧୦୦ ଗ୍ରା. ବିରିଡାଲି, ୨ଟି ଆଳୁ, ୧ କୋଲା ରସୁଣ, ୪ଟି ଶୁଖିଲାଲଙ୍କା, ୧ ଛୋଟଚାମଚ ଚାଟ୍‌ ମସଲା, ରାନ୍ଧିବା ପାଇଁ
ତେଲ, ସ୍ଵାଦ ଅନୁଯାୟୀ ଲୁଣ ଓ ଗୁଣ୍ଠହଳଦି ।

ପ୍ରସ୍ତୁତ ପ୍ରଣାଳୀ : ପାଳଙ୍ଗ ଶାଗ ଧୋଇ ଚୂନା ଚୂନା କରି କାଟନ୍ତୁ, ! ଆଳୁକୁ ଚୋପା ଛଡ଼େଇ ଖଣ୍ଡ ଖଣ୍ଡ କରି କାଟନ୍ତୁ | ରସୁଣ ଓ ଲଙ୍କା ବାଟି ଦିଅନ୍ତୁ | ବିରି ଡାଲିକୁ
ଧୋଇ ଭାଜି ପ୍ରେସର୍‌କୁକର୍‌ରେ ଲୁଣ ଓ ହଳଦି ପକେଇ ସିଝେଇ ଦିଅନ୍ତୁ । ସିଝିବା ପରେ ଯେମିତି ଅଧିକ ପାଣି ନ ରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । କଢ଼େଇରେ ୨ ବଢ଼ ଚାମଚ ତେଲ ଗରମ କରି ଶାଗ ପକାନ୍ତୁ । ଏଥିରେ ଆଳୁ, ରସୁଣ ଓ ଲଙ୍କା ବାଟଣ, ଗୁଣ୍ଡହଳଦି ପକାଇ ସନ୍ତୁଳନ୍ତୁ । ଶାଗ ମଉଳି ଆସିଲେ ଆଞ୍ଚ ଧିମା କରି ଡାଲି ଢ଼ାଳନ୍ତୁ ଏବଂ ଚାଟ୍‌ ମସଲା ଛିଞ୍ଚି କିଛି ସମୟ ଫୁଟିବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ପାଳଙ୍ଗ ତଡ଼କା ।

Comments

comments