OdiaWeb- Odia Film, Music, Songs, Videos, SMS, Shayari, Tourism, News

ପଣସ କଠା ବିରିଆନ

panasa Katha Biriani

panasa Katha Biriani

ଉପାଦାନ: ୧ କିଲୋ ପଣସକଠା, ୨ ବଡ଼ ଚାମଚ ଲଙ୍କାଗୁଣ୍ଡ) ୨ ଚାମଚ ହଳଦୀ, ସ୍ଵାଦ ଅନୁସାରେ ଲୁଣ, ୫୦ ୦ ଗ୍ରାମ୍‌ ଚାଉଳ, ୧ କପ୍‌ ଭିଜା ହୋଇ ମସୃଣ ଭାବେ ପେଷା ହୋଇଥବା ଚାଉଳ ଗୁଣ୍ଡ, କିଛି ତେଲ, ୪ ବଡ଼ ଚାମଟ ଲେମ୍ଭୁରସ,
୨ ବଡ଼ ଚାମଟ କଟା ହୋଇଥୁବା ଅଦା, ୪ ବଡ଼ ଚାମଚ କଟା ଧନିଆପତ୍ର, ୨ଚାମଚ ଗରମ ମସଲା ଗୁଣ୍ଡ, ୫ଶହ ମିଗ୍ରା. ଲହୁଣୀ, ୫୦୦ ମିଗ୍ରା. କ୍ରିମ୍‌, ୨ ବଡ଼ ଚାମଚ ମସଲା ।

ପ୍ରସ୍ତୁତି: ପାଣି ଫୁଟାଇ ସେଥିରେ ୧ ଚାମଟ ଲେମ୍ବୁରସ ପକାନ୍ତୁ ।ତାପରେ ସେଥିରେ ଚାଉଳ ପକାନ୍ତୁ । ଭାତ ସାମାନ୍ୟ ଚାଉଳିଆ ଥବାବେଳେ ତାହାକୁ ଓହ୍ଲାଇ ଆଣନ୍ତୁ । ପଣସକଠାକୁ ୨ ଇଞ୍ଚ ଲମ୍ବର କାଟି ସେଥ୍ରୁ ମଞ୍ଚ ବାହାର କରିଦିଅନ୍ତୁ ।
ଗୋଟିଏ ପାତ୍ରରେ କିଛି ପାଣି ଫୁଟାଇ ସେଥିରେ ହଳଦୀ ଓ ଲୁଣ ପକାନ୍ତୁ । ସେଥିରେ ପଣସ କଠା ପକାଇ ଟାଣଥୁବା ଯାଏ ସିଝାରୁ ଏବଂ ପାଣି ନିଗାଡ଼ି ଥଣ୍ଡା ହେବାକୁ ଦିଅନ୍ତୁ । ପେଷା ହୋଇଥିବା ଚାଉଳରେ ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ ମିଶାଇ ଗାଢ଼ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟରେ ପଣସ କଠା ମିଶାଇ ତାକୁ ମୁଡ଼ମୁଡ଼ିଆ କରି ଛାଣନ୍ତୁ । ବର୍ତ୍ତମାନ କ୍ରିମ୍‌ ଓ ଲହୁଣୀରେ କିଛି ପାଣି ମିଶାଇ ସେଥିରେ ଧନିଆ,୨ ଚାମଚ ଲେମ୍ବୁ ରସ, ଚାଟମସଲା, ଅଦାକଟା ପକାଇ ଘାଣ୍ଟନ୍ତୁ ଓ ଅଲଗା ରଖନ୍ତୁ । ଡେକ୍‌ଚିରେ କ୍ରିମ୍‌ ବଟର ପେଷ୍ଟକୁ ଛିଞ୍ଚିଦିଅନ୍ତୁ ଓ ତା” ଉପରେ ଗୋଟି ପରସ୍ତ ଭାତ ରଖନ୍ତୁ | ଏହା ଉପରେ ଛଣା ହୋଇ ଥିବା ପଣସକଠା ଗୋଟିଏ । ଏହାପରେ ଏହିପରି ଭାବରେ ୨ୟ, ୩ୟ ପରସ୍ତ ରଖିଚାଲନ୍ତୁ ଓ ଶେଷରେ ୩ ରୁ ୪ ଚାମଚ ଦେଶୀ ଘିଅ ପକାଇ ଘୋଡ଼ାଇ ଦିଅନ୍ତୁ । ଅଳ୍ପ ଆଞ୍ଚରେ ୧୦
ପର୍ଯ୍ୟନ୍ତ ରାନ୍ଧରୁ ଏବଂ ଗରମ ଗରମ ପରଷନ୍ତୁ ।

Comments

comments