OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦୁଧ ଗଇଁଠା

Khira Gaintha

Khira Gaintha

ସାମଗ୍ରୀ:

(୨୦୦ ଗ୍ରାମ ଅରୁଆ ଚାଉଳ, ୨କିଲେ | ଦୁଧ, ୧ କପ୍‌ ଚିନି,
୨ଟା ଗୁଜୁରାତି । )

ପ୍ରସ୍ତୁତି : ଅରୁଆ ଚାଉଳ ଭିଜାଇ ଦେଇ ଚିକ୍କଣ କରି
ବାଟିନିଅ । ବଟାରୁ ଏକ ଟେବୁଲ ଚାମଚ ରଖିନିଅ । ଅନ୍ୟ ବଟାରେ ଲୁଣ ଓ ୪ପାଆ ପାଣିଦେଇ ଏହାକୁ ଆଉଟି ନିଅ। ଏହା ଯେପରି ଅଟା ଦଳାପରି ହୋଇଯିବ
ଓହ୍ଲାଇ ନେବେ । ଥଣ୍ଡା ହେଲା ପରେ ଚକଟି ଦେବେ । ହାତରେ ଛୋଟ ଛୋଟ
ଗଇଁଠା ଗଢି ନେବେ । ଛୋଟ ଛୋଟ କ୍ୟାପ୍‌ସୁଲ ପରି ଗଢିବେ । କଡାଇରେ ଦୁଧ
ଓ ଚିନି ଦେଇ ଫୁଟାଇବେ। ଦୁଧ ଦେଢ଼ କିଲୋ ହୋଇଗଲେ ସେଥିରେ ଗଇଁଠାଗୁଡ଼ିକ
ପକାଇ ଦେବେ। ୧୫ ମିନିଟ ଫୁଟିଲା ପରେ ରଖିଥିବା ଚାଉଳ ବଟାରେ କିଛି ଦୁଧ
ମିଶାଇ ନେଇ ପୁରା ଦୁଧରେ ଏହା ଢ଼ାଳିଦେଇ ଆଉଟାଇବେ । ୧୦ ମିନିଟ୍‌
ଫୁଟାଇଲା ପରେ ଗୁଜୁରାତି ଗୁଣ୍ଡ ଦେଇ ଏହାକୁ ଓହ୍ଲାଇ ଦେବେ ।

Comments

comments