OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଲି ମସ୍‌ରୁମ୍‌

Chilli-Mushroom

Chilli-Mushroom

ପ୍ରସ୍ତୁତି ସାମଗ୍ରୀ ; ୧୦ ଟି ବଟନ୍‌ ମସରୁମ୍‌, ୨ ଚାମଚ କଟା ରସୁଣ, ୧ ଚାମଚ କଟା ଅଦା, ୨ ଚାମଚ କଟା କ୍ୟାପ୍‌ସିକମ୍‌, ୨ ଚାମଚ କଟା କଞ୍ଚାଲଙ୍କା, ୨ ଚାମଚ ସୋୟାସସ୍‌, ୨ ଚାମଚ କର୍ଣଫ୍ଲୋର୍ ୨ ଚାମଚ ଅଲିଭ୍‌ ଅଏଲ୍‌, ୨ ଚାମଚ ଟମାଟୋ ପ୍ୟୁରୀ, ୧ କପ୍‌ କଟା ପିଆଜ, ସ୍ଵାଦ ଅନୁଯାୟୀ ଲୁଣ ଓ ଅଜିନାମଟୋ ।

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ବଏଲ୍‌ କରି ପାଣିରୁ ଛାଣି ସୋୟାସସ୍‌ରେ ୧୦ ମିନିଟ୍‌ ମେରିନେଟ୍‌ କରିବେ । ଅଦା, ରସୁଣ, ଗ୍ରୀନ୍‌ ଚିଲି ମିଶାଇ ପେଷ୍ଟ ତିଆରି କରନ୍ତୁ । ପ୍ୟାନ୍‌ରେ ଅଲିଭ୍‌ ତେଲ ପକାଇ ପିଆଜ ଭାଜନ୍ତୁ । ଏହା ବାଦାମୀ ରଙ୍ଗର ହେଲେ ପେଷ୍ଟ ପକାନ୍ତୁ । ୨ ମିନିଟ୍‌ ପରେ ସୋୟାସସ୍‌ରୁ ଛତୁକୁ କାଢ଼ି ସେଥିରେ ପକାନ୍ତୁ ଏବଂ କଟା କ୍ୟାପ୍‌ସିକମ୍‌କୁ ମଧ୍ଯ ପକାଇ ଗୋଳାନ୍ତୁ । ଟମାଟୋ ପ୍ୟୁରୀ ଦେଇ ୧ ମିନିଟ୍‌ ଢାଙ୍କୁଣୀ ବନ୍ଦ କରନ୍ତୁ । ତା’ପରେ କର୍ଣଫ୍ଲୋର୍ ରେ ପାଣି ମିଶାଇ କଡ଼େଇରେ ଦିଅନ୍ତୁ । ବହଳିଆ ହେଲେ ଗୁଣ୍ଡ ଗୋଲମରିଚ ଦେଇ ଓହ୍ଲାଇ ପୁରି, ପରଟା ବା ନାନ୍‌ ସହ ଏହା ପରିବେଷଣ କରନ୍ତୁ ।

Comments

comments