ଉପାଦାନ:
ଚିଙ୍ଗୁଡି ଶୁଖୁଆ ୧୫୦ ଗ୍ରାମ୍,ପିଆଜ ଗୋଟିଏ ,ରସୁଣ ତିନୋଟି,ଚିକେନ୍ ମସଲା ଗୁଣ୍ଡ ଦେଢ ଟେବୁଲ୍ ନଡିଆ ବଟା ୨ଟେବୁଲ୍ ଚାମଚ,କଞ୍ଚାଲଙ୍କା ଗୋଟିଏ ବା ଦୁଇଟି,ଧନିଆ ପତ୍ର ଦୁଇ ତିନୋଟି ଗଛ ,କାଗଜି ଲେମ୍ବୁ ରସ ୧ ଚାମଚ ,ଟମାଟୋ ଗୋଟିଏ
ପ୍ରସ୍ତୁତି:
ଚିଙ୍ଗୁଡି ସୁଖୁଆକୁ ଭଲଭାବେ ସଫା କରି ପରିଷ୍କାର ପାଣିରେ ୧୫ ରୁ ୨୦ ମିନିଟ୍ ଯାଏଁ ବତୁରାଇ ଦିଅନ୍ତୁ |ପାଣିରୁ ଛାଣି ହାତରେ ଚିପୁଡି ଅନ୍ୟ ଏକ ପାତ୍ରରେ ରଖନ୍ତୁ |ପ୍ୟାନ୍ ରେ ତେଲ ଗରମ କରି ଏହି ଚିଙ୍ଗୁଡି ଶୁଖୁଆକୁ ଭାଜନ୍ତୁ |ପାଣି ଶୁଖିଯିବା ପରେ ସେଥିରେ ରସୁଣ ବାଟଣ ଓ ନଡିଆ ବଟା ପକାଇ କଡା କରି କଷନ୍ତୁ |କଷା ହେବା ପରେ ସେଥିରେ ଚିକେନ୍ ମସଲା ପାଉଡର ,ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ପକାନ୍ତୁ |ମିନିଟିଏ ରାନ୍ଧିବା ପରେ ସେଥିରେ ପାଣି ଓ ସ୍ବାଦ ଅନୁସାରେ ଲୁଣ ପକାଇ ଘୋଡାଇ ଦିଅନ୍ତୁ ଏବଂ ଧିରେ ଆଞ୍ଚରେ ୧୦ ମିନିଟ୍ ରାନ୍ଧନ୍ତୁ |ପାଣି ମରିଗଲେ ଏବଂ ଚିଙ୍ଗୁଡି ପୁରା ଶୁଖିଗଲେ ପ୍ଲେଟରେ କାଢି କଟା କଞ୍ଚାଲଙ୍କା ଓ ଧନିଆ ପତ୍ର ପକାଇ ଏବଂ ଲେମ୍ବୁରସ ପକାଇ ଚାରିପଟେ କଟା ଟମାଟୋ ଖଞ୍ଜି ଖାଇବାକୁ ଦିଅନ୍ତୁ |
Comments
comments