OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡ଼ି ପୋଟଳ

Chingudi Potala

Chingudi Potala

ଉପାଦାନ: ୫/୬ଟି ପୋଟଳ, ୧୦୦ ଗ୍ରାମ୍‌ ଚିଙ୍ଗୁଡ଼ି, ଗୋଟିଏ ବଡ଼ ସିଝା ଆଳୁ, ୧୦୦ ଗ୍ରାମ୍‌ ପିଆଜ କଟା,ଆବଶ୍ଯକ ଲଙ୍କାଗୁଣ୍ଡ, ଅଦା ରସୁଣ ବଟା ଏକ ଚା” ଚାମଚ, ଲୁଣ |

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ | ଏଥିରେ ଲୁଣ ହଳଦୀ ଦେଇ ହାଲୁକା ଭାଜନ୍ତୁ ।ତା ପରେ ସମସ୍ତ ପୋଟଳକୁ କାଟି ଧୋଇ ଅଧା ଯାଏ ଚିରି ଦିଅନ୍ତୁ । କଡ଼େଇରେ ତେଲ ଦେଇ ଚୁଲିରେ ବସାନ୍ତୁ | ତେଲ ଗରମ ହୋଇ ଆସିଲେ ଏଥିରେ କଟା ପିଆଜ ପକାନ୍ତୁ । ପିଆଜ ଲାଲ ହୋଇ ଆସିଲେ ଅଦା ରସୁଣ ବଟା ପକାଇ କଷନ୍ତୁ । ଅଧା କଷା ହୋଇ ଆସିଲା ବେଳକୁ ହଳଦୀ ଲଙ୍କାଗୁଣ୍ଡ ପକାନ୍ତୁ । କଷି ହୋଇଗଲେ ସିଝା ଆଳୁକୁ ଚକଟି ଏହି ମସଲାରେ ଦିଅନ୍ତୁ | ଏଥର ମସଲାପୁରରେ ସମସ୍ତ ଚିଙ୍ଗୁଡ଼ି ପକାଇ ଏପଟ ସେପଟ କରି ଆଞ୍ଚରୁ ଓହ୍ଲାଇ ଆଣନ୍ତୁ। ଅଧା ଫାଳ ପୋଟଳକୁ ଆଣି ତା ମଧ୍ଯରେ ଏହି ଚିଙ୍ଗୁଡ଼ି ଓ ପୁରକୁ ଭରିଦିଅନ୍ତୁଏବଂ ଚୁଲୀରେ କଡ଼େଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହୋମ ଆସିଲେ ଏହି ପୁରଦିଆ ପୋଟଳକୁ କଡ଼େଇ ମଧ୍ଯରେ ଛାଡ଼ନ୍ତୁ ଓ ଧୀମା ଆଞ୍ଚରେ ଭାଜନ୍ତୁ । ସାମାନ୍ୟ ଲାଲ ହୋଇ ଆସିଲେ ଏହାକୁ କାଢ଼ି ଆଣନ୍ତୁ ।

Comments

comments