OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡ଼ି ପପ୍‌

Chingudi Pop

Chingudi Pop

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡି ୫୦୦ ଗ୍ରାମ୍,୨ଟି ଲେମ୍ବୁର ରସ,୧ ଚାମଚ ଗୁଜୁରାତି ,୨ଚାମଚ ହଳଦୀ,୧ ଚାମଚ ବଟା ରସୁଣ ,୨ ଚାମଚ ତେଲ ,୮ଟି କାଠି ଓ କିଛି କାକୁଡି |

ପ୍ରସ୍ତୁତି ପ୍ରଣାଳୀ:
ଚିଙ୍ଗୁଡ଼ି କୁ ସଫା କରି ମଧ୍ୟମ ଆକାରରେ କାଟି ଧୋଇ ଦିଅନ୍ତୁ |କାଠିରେ ତେଲ ଲଗାଇ ଚିଙ୍ଗୁଡିଗୁଡିକୁ ଗୁନ୍ଥି ଦିଅନ୍ତୁ |ବର୍ତ୍ତମାନ ଏହି ଗୁନ୍ଥା ହୋଇଥିବା ଚିଙ୍ଗୁଡିକୁ କିଛି ସମୟ ଲେମ୍ବୁ ରସରେ ବୁଡାଇ ରଖନ୍ତୁ|ଧନିଆ,ହଳଦୀ,ଜିରା,ଗୁଜୁରାତିଏବଂ ଡାଲଚିନି ଗୁଣ୍ଡ ଓ ରସୁଣ ବଟାକୁ ତେଲରେ ମିଶାଇ ପେଷ୍ଟ ତିଆରି କରନ୍ତୁ |ଏହାପରେ ପ୍ରସ୍ତୁତ ପେଷ୍ଟ ଚିଙ୍ଗୁଡି ଉପରେ ଭଲଭାବରେ ବୋଳି ଦିଅନ୍ତୁ ଏବଂ ଏଗୁଡିକ ଘୋଡେଇ ଦେଇ ଚାରିଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ |ତା ପରେ ‘ଏହାକୁ ଓଭେନ୍ କିମ୍ବା ତନ୍ଦୁରରେ ବେକ୍ କରନ୍ତି |କାକୁଡିର ଚୋପା ଛଡାଇ ଚକି ଚକି କରି କାଟନ୍ତୁ ଏବଂ ଚିଙ୍ଗୁଡି ସହିତ ସଜାନ୍ତୁ ବାଢନ୍ତୁ |

Comments

comments