OdiaWeb- Odia Film, Music, Songs, Videos, SMS, Shayari, Tourism, News

ଗୋଟା ବୁଟ ପଣସ କଠା ତରକାରି

Buta panasa katha Tarakari

Buta panasa katha Tarakari

ସାମଗ୍ରୀ:
ଏକପାଆ ବୁଟ
ଫାଳେ ପଣସ କଠା
ଫାଳେ ନଡିଆ
୬ ଟା ଶୁଖିଲା ଲଙ୍କା
ଏକ ପୁଟ ତେନ୍ତୁଳି
ଅଧ ଚାମଚ ସୋରିଷ
୧ ଚାମଚ ହେଙ୍ଗୁ
ଗୋଟେ ଡେମ୍ଫ ଭୁରୁସୁଙ୍ଗା ପତ୍ର
ଦରକାର ମୁତାବକ ଲୁଣ

ପ୍ରସ୍ତୁତ:
ବୁଟ ରାତିରୁ ଭିଜାଇ ରଖିବ ୤ସକାଳୁ ତାହା ଧୋଇ ସିଝାଇବ |ଏଥିରେ ହଳଦୀ ପଡିବନି |ଏହା ସିଝିଗଲେ ସେଥିରେ ପଣସକଠା ଛୋଟ ଛୋଟ କାଟି ପକାଇବ |ଶୁଖିଲା ଲଙ୍କା ଅଧ ଚାମଚ ତେଲରେ ଭାଜିନବ |ତେନ୍ତୁଳିରୁ ମଞ୍ଜି ବାହାର କରି ନେବ ଲଙ୍କା ଓ ଫାଳେ ନଡିଆ ସାଙ୍ଗରେ ଖୁବ୍ ଭଲଭାବରେ ବାଟି ନେବ |ବୁଟ ଓ ପଣସକଠା ସିଝିଗଲେ ସେଥିରେ ଏହି ବଟା ମସଲା ପକାଇ ଟିକେ ଫୁଟାଇ ଓହ୍ଲାଇଦେବ |କଡାଇରେ ତେଲ ଗରମ କରି ସୋରିଷ ଫୁଟାଇବ ୤ସୋରିଷ ଫୁଟିଲେ ଭୁରୁସୁଙ୍ଗାପତ୍ର ଓ ହେଙ୍ଗୁ ଦେଇଦେବ |ସେଥିରେ ଡାଲିକୁ ପକାଇ ଟିକେ ଫୁଟାଇ ନେଇ ଓହ୍ଲାଇବ |ଏହା ପାଣିଆ ହେବ |

Comments

comments