OdiaWeb- Odia Film, Music, Songs, Videos, SMS, Shayari, Tourism, News

ଗଜାମୁଗ ଖେଚୁଡି

Gajamuga Khechudi

Gajamuga Khechudi

ସାମଗ୍ରୀ:
୧ କପ୍ ଗୋଟା ମୁଗ
ଦେଢ କପ୍ ଅରୁଆ ଚାଉଳ
ଅଧ କପ୍ ରିଫାଇନ୍ ତେଲ
୧ ଟେବୁଲ୍ ଚାମଚ ଘିଅ
୪ ଟା ଗୁଜୁରାତି ୮ଟା ଲବଙ୍ଗ
୪ଟା ତେଜପତ୍ର
ଟିକେ ଅଦା
ଅଧ କପ୍ ଚିନି
ପରିମାଣ ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
ମୁଗକୁ ସନ୍ଧ୍ୟାରେ ଭେଦାଇ ରାତିରେ କନାରେ ବାନ୍ଧି ଦେଲେ ସକାଳୁ ଗଜା ହୋଇଯିବ |ସକାଳୁ ପଲଉ କରିପାରିବେ |ଡେକ୍ ଚିରେ ତେଲ ଦେଇ ଅଧା ଗରମ ମସଲା ଖଣ୍ଡ ସବୁ ଓ ତେଜପତ୍ର ଦେଇ ମୁଗ ଓ ଚାଉଳକୁ ଭାଜିବେ |ଅଳ୍ପ ଭାଜି ୫ କପ୍ ପାଣି ଦେବେ |ଅଦା ଛୋଟ ଛୋଟ କାଟିଦିଏ ଚାଉଳ ଓ ଡାଲି ସିଝି ଗଲେ ଚିନି ଦେଇ ଗୋଲାଇ ଦିଅ |ବଳିଥିବା ଅଧା ଗରମ ମସଲା ଗୁଣ୍ଡ କରି ତା’ଉପରେ ଦେଇ ମିଶାଇ ଦିଅ ୤ଘିଅ ଦେଇ ଗୋଳାଇ ଦିଅ |ଘିଅ ଦେଇ ଗୋଳାଇ ଢାଙ୍କୁଣୀ ଦେଇଦିଅ |ଡେକ୍ ଚିରେ କଲେ ଏଥିରେ ୬କପ୍ ପାଣି ଦେଇ ପାରନ୍ତି|ପ୍ରେସର କୁକ୍ ରରେ କଲେ ୫ କପ୍ ପାଣି ଲାଗିବ |ଏହା ଶୁଖିଲା ହେବ |ଏହାକୁ ତରକାରି କିମ୍ବା ସାଲାଡ୍ ରେ ଦେଇ ଖାଇବେ |

Comments

comments