OdiaWeb- Odia Film, Music, Songs, Videos, SMS, Shayari, Tourism, News

କ୍ଷୀର ମାଲପୁଆ

Ksheera Malpua

Ksheera Malpua

ଆବଶ୍ୟକ ସାମଗ୍ରୀ: କ୍ଷୀର– ୫୦ ୦ଗ୍ରାମ୍‌, ମଇଦା- ୧୦ ୦ଗ୍ରାମ୍‌, ଚିନି ୧୦୦ଗ୍ରାମ୍‌, ଗୁଜୁରାତି ଗୁଣ୍ଡ-୧/୪ ଚା ଚାମଚ, କିସ୍‌ମିସ୍‌- ୧୦ଟା, ବାଦାମ- ୫ଗ୍ରାମ୍‌, ପାନମହୁରୀ- ୧ଚା ଚାମଚ, ଘିଅ- ଛାଣିବାପାଇଁ ।

ପ୍ରଣାଳୀ: କ୍ଷୀର ସିଝାଇ ବାଦାମୀ ରଙ୍ଗର କରିଦିଅନ୍ତୁ । ଥଣ୍ଡା କରିଲାପରେ ମଇଦା ଓ ସୁଜି ଗୋଳାନ୍ତୁ । ବେକିଂ ପାଉଡ଼ର ପକାଇଦିଅନ୍ତୁ । ପାନମହୁରୀ ପକାନ୍ତୁ, କିଛି ସମୟ ନରମ ହେବା ପାଇଁ ରଖନ୍ତୁ । ପ୍ରାଇଂପ୍ୟାନ୍‌ରେ ଘିଅଦେଇ ମାଲପୁଆ ଘରି କରି ଦୁଇପଟ ଓଲଟାଇ ଦିଅନ୍ତୁ । ଏହିପରି ଗୋଟି ଗୋଟି କଲାପରେ କଡ଼େଇରେ ଚିନି ସିରା ପ୍ରସ୍ତୁତ କରିବେ । ଏହି ସିରାରେ ମାଲପୁଆଗୁଡ଼ିକ ୨୦ ମିନିଟ୍‌ ପର୍ଯ୍ୟନ୍ତ ପକାଇବେ । ଏହାକୁକ କାଢ଼ି ପ୍ଲେଟ୍‌ରେ ରଖି ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଛିଞ୍ଚି ଖାଇବାକୁ ଦିଅ ।

Comments

comments