OdiaWeb- Odia Film, Music, Songs, Videos, SMS, Shayari, Tourism, News

ଏଣ୍ଡୁରି ପିଠା

Odia recipe Enduri Pitha

Odia recipe Enduri Pitha

ସାମଗ୍ରୀ:
(୨୫୦ ଗ୍ରାମ ବିରି ଢ଼ାଳି, ୨୫୦ ଗ୍ରାମ ଅରୁଆ ଚାଉଳ, ୧ କପ୍‌ ଉସୁନା
ଚାଉଳ ଅଧକପ୍‌ ଚିନି, ଫାଳେ ନଡ଼ିଆ ୨ କପ, ଛେନା, ୪ଟା ଗୁଜୁରାତି, ହଳଦୀ
ପତ୍ର ପରିମାଣ ମୁତାବକ ଲୁଣ । )

ପ୍ରସ୍ତୁତି : ଏଣ୍ଡୁରି ପିଠାପାଇଁ ଉଆପଖିଆ ଚାଉଳ ଦରକାର ହୁଏ । ଗାଁ ଠାରୁ ଦୁରରେ ରହିଲେ ଉଆପଖିଆ ଚାଉଳ ମିଳିବା ସମ୍ଭବ ନଥିବାରୁ ଅରୁଆ ଉସୁନା ମିଶାଇ କଲେ ଠିକ୍‌ ହେବ । ବିରି, ଅରୁଆ ଚାଉଳ ଓ ଉସୁନା ଚାଉଳ ଅଲଗା ଅଲଗା ଭିଜାରଖି ଅଲଗା ଅଲଗା ବାଟିବେ । ବଟା କାଠୁଆ ଯେପରି ହେବ, କିନ୍ତ ଉସୁନା ଚାଉଳକୁ ଖୁବ୍‌ ଚିକ୍‌କଣ କରି ବାଟିବେ । ବିରି ବଟାରେ ଲୁଣ ଦେଇ ଭଲ ଭାବରେ ଫେଣି ଦେବେ । ତା’ ପରେ ସବୁ ବଟା ମିଶାଇ ୨ ଘଣ୍ଟା ରଖିବେ । ହଳଦୀପତ୍ରରେ ଆଣ ଦେଇ ତା ମଝିରେ କିଛି ନଡ଼ିଆ ଛେନାପୁର ଦେବ । ହଳଦୀ ପତ୍ର ଭାଙ୍ଗି ଦେଲେ ଆଣ ମଝିରେ ପୂର ରହିଯିବ । ଏପରି ଭାବରେ କନା ଉପରେ ନଚେତ୍‌ ( ନଡ଼ା ଓ ନଡ଼ିଆ ପତ୍ରରେ ହୋଇଥିବା ଅଥାର) ଉପରେ ଏଣ୍ଡୁରି ପିଠାଗୁଡ଼ିକ ରଖିବେ । ୫ଟି ପିଠା ରଖି ଏଣ୍ଡୁରି ଛାଞ୍ଚରେ ଢ଼ାଙ୍କୁଣୀ ଘୋଡ଼ାର ଦେବେ । ପିଠା ଉପରେ ପିଠା ରଖିବେନି । ଦଶମିନିଟ୍‌ରେ ପିଠା ସିଝିଯିବ, ପିଠା ସିଝି ଯାଇଥିଲେ ପତ୍ରରେ ନ ଲାଗି ଭଲ ଭାବରେ ଛାଡ଼ିଯିବ । ଗରମ ଗରମ ପତ୍ର ନ ଛଡ଼ାଇ ୫ ମିନିଟ୍‌ ପରେ ହଳଦୀ ପତ୍ରକୁ ଛଡାଇ ପିଠା ଖାଇବାକୁ ଦେବେ ।.

Comments

comments