ସାମଗ୍ରୀ:
ଅଧକିଲୋ ଆଳୁ
୨ ଟା ଟମାଟୋ
ଛୋଟ ଖଣ୍ଡେ ଅଦା
୬ ପାଖୁଡା ରସୁଣ
୨ଖଣ୍ଡ ଡାଲଚିନି
୧ ଚାମଚ ଜିରା
୨ ଟା ପିଆଜ
୧ ଚାମଚ ପୋସ୍ତକ
୬ଟା ଲାଲ୍ ଳଙ୍କା
୪ଟେବୁଲ୍ ଚାମଚ ତେଲ
୧ ଟେବୁଲ୍ ଚାମଚ ଘିଅ
ପରିମାଣ ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତି:
ଆଳୁକୁ ଚୋପା ଛଡାଇ ବଡ ବଡ ଖଣ୍ଡ କରି କାଟ |ପିଆଜ;ରସୁଣ ଓ ଅଦା ଅଲଗା କରି କାଟ |ଜିରା;ଧନିଆ;ପୋସ୍ତକ ଓ ଲଙ୍କା ଅଲଗା କରି ବାଟ |ଡାଲଚିନି ଓ ଗୁଜୁରାତି ଅଲଗା କରି ବାଟି ରଖ|ଟମାଟୋ କାଟି ରଖ |ତେଲ ଗରମ କରି କଟା ଆଳୁ ଭାଜ |ଭଜାଲାଲ୍ ହୋଇଗଲେ ସେଥିରେ ପିଆଜ ବଟା ଦେଇ କଷ |ପିଆଜ ବଟା କଷା ଅଧା ହୋଇଗଲେ ସେଥିରେ ଧନିଆ;ଜିରା ଓ ପୋସ୍ତକ ବଟା ଦେଇ କଷ |ମସଲା ସବୁ ଭଲ ଭାବରେ କଷି ହେଲେ ଟମାଟୋ ପକାଇ କଷ |ଟମାଟୋ ପାଣି ମଲେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣୀ ଦିଅ |ଆଳୁ ସିଝିଯିବ ଓ ମୋଟା ଝୋଳଥିବ ସେଇ ସମୟରେ ଗୁଜୁରାତି ;ଡାଲଚିନି ଗୁଣ୍ଡ , ଘିଅ ଓ ଧନିଆ ପତ୍ର ଦେଇ ତରକାରି ଓହ୍ଲାଇ ଦିଅ |