OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଚାର ଭେଣ୍ଡି

achari-bhindi
achari-bhindi

ସାମଗ୍ରୀ:
ଏକା ସାଇଜର କଷି ଭେଣ୍ଡି-୧୫୦ ଗାମ୍
ଲୁଣୀ ଆଚାର-୧ ଟେବୁଲ୍-ଚାମଚ
ଟମାଟୋ-୧ ଟି ବଡ ( ଛୋଟ ଛୋଟ କଟା)
ଚାଟ ମସଲା-୧/୨ ଚାମଚ
କଞ୍ଚାଲଙ୍କା-୪ ଟି
ଭୁର୍ସୁଙ୍ଗ ପତ୍ର-୮-୧୦ ଟି
ସୋରିଷ ତ୍ଲ-୨ ଟେବୁଲ୍-ଚାମଚ
ହଳଦିଗୁଣ୍ଡ-୧/୨ ଚାମଚ
ଲୁଣ-ସ୍ୱାଦାନୁସାରେ
ମେଥି-୧/୪ ଚାମଚ
ସୋରିଷ-୧/୨ ଚାମଚ
ପାନମହୁରି-୧/୨ ଚାମଚ
ପିଆଜ( କଟା)- ୨ ଚାମଚ
ରସୁଣ ଛେଚା-୧ ଚାମଚ

ପ୍ରଣାଳୀ:
ପ୍ୟାନ୍‌ରେ ତେଲ ଗରମ କରି ଭେଣ୍ଡିକୁ ଭୁଣ୍ଡିଟି କାଟି ଭାଜି ରଖନ୍ତୁ । ବଳକା ତେଲରେ ମେଥି ,ସୋରିଷ ,ପାନମହୁରି ପକାଇ ଫୁଟାନ୍ତୁ ଓ ଭୁର୍ସୁଙ୍ଗ ପତ୍ର ,କଞ୍ଚାଲଙ୍କା କଟା ପକାନ୍ତୁ । ୧-୨ ମିନିଟ୍ ଭାଜିଲା ପରେ ଛେଚା ରସୁଣ ଓ ପିଆଜ କଟା ପକାଇ ଭାଜନ୍ତୁ । ଲୁଣ,ହଳଦି,ହେଙ୍ଗୁ ପକାନ୍ତୁ ଓ ପିଆଜ ନରମ ହୋଇ ଆସିଲେ ଟମାଟୋ ପକାଇ ଘାଣ୍ଟନ୍ତୁ । ଟମାଟୋ ମିଶିଗଲେ ମସଲା ସହିତ ଭେଣ୍ଡିଭଜା ଓ ଆଚାର ମିଶାନ୍ତୁ । ଟମାଟୋ ମିଶିଗଲେ ମସଲା ସହିତ ଭେଣ୍ଡିଭଜା ଓ ଆଚାର ମିଶାନ୍ତୁ ,ଅଳ୍ପପାଣି ଦେଇ ଘୋଡାଇ ଦିଅନ୍ତୁ । ୨ ମିନିଟ୍ ପରେ ପାଣି ମରିଆସିଥିବ । ଏଥର ଉପରୁ ଚାଟ୍ ମସଲା ପକାନ୍ତୁ , ଗୋଳାଇ ପ୍ଲେଟ୍‌ରେ ସର୍ଭ କରନ୍ତୁ ।

Comments

comments