OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅମୃତଭଣ୍ଡା କୋର୍ମା

Amruta bhanda korma

Amruta bhanda korma

ସାମଗ୍ରୀ:

ଅଧ କି.ଗ୍ରା ଅମୃତଭଣ୍ଡା
୨ଟା ଆଳୁ
୧ଟା ପିଆଜ
୬ପାଖୁଡା ରସୁଣ
ଖଣ୍ଡେ ଛୋଟଅଦା
୧ଟା ଟମାଟୋ
୨ଖଣ୍ଡ ଡାଲଚିନି
୨ଟା ଗୁଜୁରାତି
୨ଟା ତେଜପତ୍ର
୩ଟେବୁଲ୍ ଚାମଚ ଘିଅ
୧ଚାମଚ ଜିରା
୧ଚାମଚ ଧନିଆ
୬ଟା କଞ୍ଚାଲଙ୍କା
ଦରକାର ମୁତାବକଲୁଣ

ପ୍ରସ୍ତୁତି:
ଆଳୁ ଓ ଅମୃତଭଣ୍ଡା ବଡ ବଡ ଖଣ୍ଡ କାଟି ଦିଅ |ପିଆଜ,ରସୁଣ ଅଦା ବାଟି ରଖ |ଜିରା,ଧନିଆ,ଲଙ୍କା ଚିକ୍କଣ କରି ବାଟ |ଡାଲ୍ ଚିନି ଓ ଗୁଜୁରାତି ବାଟି ରଖ |କଡାଇରେ ଘିଅ ଦେଇ ଅମୃତଭଣ୍ଡା ଓ ଆଳୁ ଭଜା ଦେଇ ସେଥିରେ ତେଜପତ୍ର ପକାଅ |ପିଆଜ ମସଲା ଦିଅ|
ପିଆଜ ମସଲା ଅଧା ଭାଜି ହେଲାବେଳେ ଧନିଆ ମସଲା ଓ ଟମାଟୋ ଦେଇ ଭଲଭାବରେ କଷି ୨ କପ୍ ପାଣି ଦେଇ ଏହାକୁ ଢାଙ୍କୁଣୀ ଦେଇଦିଅ |ଅମୃତଭଣ୍ଡା ସିଝିଗଲେ ସେଥିରେ ଗରମ ମସଲା ବଟା ଦେଇ ତରକାରୀ ଓହ୍ଲାଇ ଦିଅ |ଏଥିରେ ଅଳ୍ପ ଝୋଳ ରଖିବେ |

Comments

comments