ସାମଗ୍ରୀ:
.(୪ଟା ଅଣ୍ଡା, ମୁଠାଏ ମଟର ମଞ୍ଜି, ଗୋଟିଏ ଟମାଟୋ ଗୋଟିଏ ପିଆଜ,
୩ଟା କଞ୍ଚାଲଙ୍କା, ୨ କପ୍ ମଇଦା, ୨ କପ୍ ରିଫାଇନ୍ ତେଲ, ଦରକାର ମୁତାବକଲୁଣ ।)
ପ୍ରସ୍ତୁତି : ପିଆଜ, ଟମାଟୋ ଓ କଞ୍ଚାଲଙ୍କା ଚୂନା ଚୂନା କରି କାଟ । କଡ଼ାରେ
୨ ଟେବୁଲ ଚାମଚ ତେଲ ଦେଇ ପିଆଜ ଭାଜ । ପିଆଜ ସାଙ୍ଗରେ ମଟର ପକାଇ
କମ୍ ନିଆଁରେ ରଖି ଢ଼ାଙ୍କି ଦିଅ, କାରଣ ମଟର ମଞ୍ଜି ଫୁଟି କଡ଼ାଇରୁ ବାହାରି
ଯାଏ। ପିଆଜ ଟିକେ ନରମ ହୋଇଗଲେ ନିଆଁ ବେଶୀ କରି ସେଥିରେ ଟମାଟୋ
ଓ କଞ୍ଚାଲଙ୍କା ପକାଇ ଟିକେ ଭାଜିବେ । ଅଣ୍ଡା ସବୁ ଫେଣ୍ଟିନେଇ ସେଥିରେ ଢ଼ାଳି
ଭଲଭାବରେ ଘାଣ୍ଟିବେ । ଏହା ଝରାଝରା ହୋଇ ଗଲେ ଓହ୍ଲାଇ ରଖିବେ । ମଇଦା
ଦଳି ସିଙ୍ଗଡ଼ା କରିବେ ।