ବିଭିନ୍ନ ମିଶ୍ରିତ ପରିବାକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ ଓ କେବଳ ତେଲ, ଲୁଣ ଦେଇ ଭାଜନ୍ତୁ । ଅଣ୍ଡା ଅଳ୍ପ ଭାଙ୍ଗିଂ ଲୁଣ ପକାଇ ଭଲ ଭାବରେ ଫେଣ୍ଟି ନିଅନ୍ତୁ । ପ୍ୟାନ୍ରେ ଅଳ୍ପ ତେଲ ପକାଇ ଅଣ୍ଡାକୁ ପକାନ୍ତୁ ଓ ତା’ ଉପରେ ପରଟାକୁ ବୁଲାଇ ବୁଲାଇ ପକାନ୍ତୁ । ଥରେ ଓଲଟାଇ ତଳକୁ ନେଇ ଆସନ୍ତୁ । ଅଣ୍ଡା ସ୍ତର ଉପରେ ପରିବା ଦେଇ କିଛି ସସ୍ ପକାନ୍ତୁ ଓ ପରଟାକୁ ଗୁଡ଼ାଇ ରୋଲ୍ ତିଆରି କରି
ଅଏଲ ପେପର୍ରେ ଗୁଡ଼ାଇ ଦିଅନ୍ତୁ ।
ପରଟା ପାଇଁ ମଇଦାରେ ଘିଅ ମାଖି ତା’ଉପରେ ପାଣି ଓ ଲୁଣ ଦେଇ ଚକଟନ୍ତୁ ଓ ଅଧୁକ ନରମ କରିବା ପାଇଁ ଅଣ୍ଡା ପକାନ୍ତୁ। ପାଣି ବଦଳରେ କ୍ଷୀରରେ ଚକଟିଲେ ପରଟା ଆଉରି ଅଧିକ ନରମଧେବ , | ଘିଅ ବା ତେଲରେ ପରଟା କରାଯାଏ ।